ରାଲି ଓ ଜନସଭା ଉପରେ ଆଉ ସପ୍ତାହେ ବଢ଼ିଲା କଟକଣା

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ରାଲି ଓ ଜନସଭା ଉପରେ ଆଉ ସପ୍ତାହକ ପାଇଁ ରୋକ ଲଗାଇଛନ୍ତି । ଟିକାକରଣ ଓ କରୋନା ସ୍ଥିତିକୁ ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ରାଲି ଓ ଜନସଭା ଉପରେ ରୋକ ଲାଗୁ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଏହାସହ କିଛି କଟକଣା ଉପରୁ କଟକଣା ହଟାଇ ମଧ୍ୟ ଦିଆଯାଇଛି । ଫଳରେ ୫ ବଦଳରେ ୧୦ଜଣ ଡୋର ଟୁ ଡୋର କେମ୍ପେନରେ ସାମିଲ ହୋଇପାରିବେ । ଏହି ସମୟରେ କରୋନା କଟକଣା ପାଳନ କରିବାକୁ ପଡ଼ିବ । ନିର୍ବାଚନ ସଭାରେ ୩୦୦ ବଦଳରେ ୫୦୦ଜଣ ସାମିଲ ହୋଇପାରିବେ ବୋଲି ଜଣାପଡ଼ିଛି ।