କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ନାଁରେ ମାମଲା ଦାୟର

ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ୨ ଅଧିକାରୀଙ୍କ ସହ କଥିତ ରୂପେ ମାରପିଟ ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ନାଁରେ ମାମଲା ଦାୟର ହୋଇଛି । ମନ୍ତ୍ରୀ ମୟୁରଭଞ୍ଜ ଯୋଜନା ବୋର୍ଡର ଡେପୁଟି ଡାୟରେକ୍ଟର ଓ ଡାୟରେକ୍ଟରଙ୍କ ସହ ମାରପିଟ କରିଥିବା ନେଇ ଗତକାଲି ଡେପୁଟି ଡାୟରେକ୍ଟର କହିଥିଲେ । ପୁଲିସ ମାମଲା ଦାୟର କରିଥିବା ନେଇ ଏସଡିପିଓ କେ କେ ହରିପ୍ରସାଦ ସୂଚନା ଦେଇଛନ୍ତି ।

ମାରପିଟ ପରେ ଉଭୟ ଅଧିକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ବାରିପଦା ଟାଉନ ଥାନାରେ ୩୨୩, ୩୨୫, ୩୪୧, ୨୯୪ ଓ ୫୦୬ ଅନ୍ତର୍ଗତ ମାମଲା ଦାୟର ହୋଇଛି ।