ପଟିଆଲାରୁ ନିର୍ବାଚନ ଲଢ଼ିବେ କ୍ୟାପ୍ଟେନ ଅମରିନ୍ଦର ସିଂହ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ନିଜ ନୂଆ ଦଳ ସହ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଅମରିନ୍ଦର ପଟିଆଲାରୁ ନିର୍ବାଚନ ଲଢ଼ିବେ ବୋଲି ଆଜି ଘୋଷଣା କରିଛନ୍ତି । ଅମରିନ୍ଦରଙ୍କ ପାର୍ଟି ‘ପଞ୍ଜାବ ଲୋକ କଂଗ୍ରେସ’ ଏଥର ବିଜେପି ସହ ହାଥ ମିଳାଇ ନିର୍ବାଚନ ଲଢ଼ିବ ।

ଏହି ପରିପ୍ରେକ୍ଷୀରେ କ୍ୟାପ୍ଟେନ ଅମରିନ୍ଦର ସିଂହ କହିଛନ୍ତି ଯେ, ୩୦୦ ବର୍ଷ ପୁରୁଣା ନିଜ ଘର କଦାପି ଛାଡ଼ିବିନି । ନିଜ ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ଉପଲବ୍ଧି ଆଧାରରେ ଜନତାଙ୍କୁ ଭୋଟ ମାଗିବି । ନିର୍ବାଚନ ପରେ ଆପ୍ ଓ କଂଗ୍ରେସ ସହ ମେଣ୍ଟ କରିବାର କୌଣସି ପ୍ରମାଣ ନାହିଁ । ଆମେ ବିଜେପି ଓ ଶିରୋମଣୀ ଅକାଳୀ ଦଳ ସହ ମେଣ୍ଟ କରି ନିର୍ବାଚନ ଜିତିବୁ ।