୨ ଦିନ ପାଇଁ ପୌର କାର୍ଯ୍ୟାଳୟ ବନ୍ଦ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରପରିଷଦରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାପରେ ପୌରକାର୍ଯ୍ୟାଳୟକୁ ୨ ଦିନ ପାଇଁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ଏହି ଦୁଇଦିନ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ ଓ ପରୀକ୍ଷଣ କରାଯିବା ସହ  ସାନିଟାଇଜ କରାଯିବ। ପ୍ରକାଶ ଯେ, ଆକ୍ରାନ୍ତ କର୍ମଚାରୀ ଜଣକ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବାବେଳେ ସେ ସେଠାରୁ ବେଲପାହାଡ ପୌରପରିଷଦକୁ  ଯାତାୟାତ କରୁଥିଲେ।