ଅଯୋଗ୍ୟ ଫେରାଇବେ ‘କାଳିଆ’ ଟଙ୍କା: କୃଷି ସଚିବ

ଭୁବନେଶ୍ୱର, ଏନ୍ଏନ୍ଏସ୍: ‘କାଳିଆ’ ଯୋଜନାରେ ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀ ଫେରସ୍ତ କରିବେ ଟଙ୍କା। ଏହି ଯୋଜନାର ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୫୦ହଜାର ପାଖାପାଖି ଅଯୋଗ୍ୟ ହିତାଧିକାରୀ ଥିଲେ । ସେମାନଙ୍କୁ ଟଙ୍କା ଫେରାଇବା ପାଇଁ ଚିଠି ଲେଖାଯାଇଛି ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ଦିଆଯାଇଛି ବୋଲି କୃଷି ସଚିବ ସୌରଭ ଗର୍ଗ କହିଛନ୍ତି । ‘କାଳିଆ’ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ବହୁ ଅଯୋଗ୍ୟ ହିତାଧିକାରୀ ନିଜଆଡୁ ଟଙ୍କା ଫେରାଇ ସାରିଲେଣି। ଅନ୍ୟମାନଙ୍କଠାରୁ ଟଙ୍କା ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଥିବା କୃଷି ସଚିବ ସୌରଭ ଗର୍ଗ କହିଛନ୍ତି ।