ଆକାଶରୁ ବିଲକୁ ଖସିଲା ବେଲୁନ, ଲୋକେ ଭୟଭିତ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଗୁଡ଼ଭେଳା ବ୍ଲକ୍ ସାନଡ଼ଙ୍ଗର ଗାଁ’ରେ ଏକ ବଡ ଆକାରର ବେଲୁନ ଆକାଶ ମାର୍ଗରୁ ଖସିଛି। ଲୋକେ ଏହା ଦେଖି ଭୟଭୀତ ହୋଇପଡ଼ିଥିଲେ।

ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ସେମାନେ ବିଲକୁ କାମ କରିବା ପାଇଁ ଯାଉଥିବା ବେଳେ ଆକାଶ ମାର୍ଗରୁ ଏହି ବେଲୁନଟିକୁ ଖସୁଥିବା ଦେଖିଥିଲେ। ଫଳରେ ସେମାନେ ଭୟଭୀତ ହୋଇପଡ଼ିଥିଲେ। ବେଲୁନଟି ଶିଶୁ ଭୋଇଙ୍କ ଧାନ କିଆରିରେ ପଡିଥିଲା। ତେବେ ଲୋକେ ତୁରନ୍ତ ତୁଷୁରା ପୁଲିସକୁ ଫୋନ କରି ସୂଚନା ଦେଇଥିଲେ। ପରେ ଘଟଣାସ୍ଥଳରେ ଆଇଆଇସି ଯଶୋବନ୍ତ ପଧାନୀ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ଏହି ସମୟରେ ବେଲୁନରେ ଥିବା ଏକ ସର୍କିଟ ଜବତ କରାଯାଇଥିବାବେଳେ ଏଥିରେ ବ୍ୟାଟେରି ନଥିବା ଜଣାପଡ଼ିଛି।