ଆଜି ରାଜ୍ୟରେ ପୁଣି ୩,୯୧୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୦ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପୁଣି ଓଡ଼ିଶାରେ ୩,୯୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨,୩୪୮ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ଓ ୧,୫୬୫ ଜଣ ସ୍ଥାନୀୟ ସଂକ୍ରମିତ। ସେହିପରି ରାଜ୍ୟରେ ଆଉ ୧୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ତେବେ ପ୍ରତିଦିନ ପରି ପୁଣି ଆଜି ମଧ୍ୟ ଖୋର୍ଦ୍ଧାରେ ସର୍ବାଧିକ ୫୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୩୮୨, ପୁରୀରୁ ୨୧୨, ଝାରସୁଗୁଡ଼ାରୁ ୧୬୨, କେନ୍ଦ୍ରାପଡ଼ାରୁ ୧୫୬, ମୟୂରଭଞ୍ଜରୁ ୧୪୭, ବରଗଡ଼ରୁ ୧୪୬, ବଲାଙ୍ଗିରରୁ ୧୪୨, ସମ୍ବଲପୁରରୁ ୧୪୧, ବାଲେଶ୍ୱରରୁ ୧୩୪, ନୂଆପଡ଼ା ଓ ଯାଜପୁରରୁ ୧୨୮ ଲେଖାଏଁ, ଭଦ୍ରକରୁ ୧୨୩, ନବରଙ୍ଗପୁରରୁ ୧୧୨, ଜଗତସିଂହପୁରରୁ ୧୦୮, ଅନୁଗୁଳରୁ ୧୦୩, କୋରାପୁଟରୁ ୧୦୦, ରାୟଗଡ଼ାରୁ ୯୮, ସୋନପୁରରୁ ୯୧, କନ୍ଧମାଳ ଓ ଗଞ୍ଜାମରୁ ୮୬ ଲେଖାଏଁ, କେନ୍ଦୁଝରରୁ ୭୬, ଢ଼େଙ୍କାନାଳରୁ ୭୪, ମାଲକାନଗିରିରୁ ୬୮, ବୌଦ୍ଧରୁ ୬୧, ନୟାଗଡ଼ ଓ କଳାହାଣ୍ଡିରୁ ୬୦ ଲେଖାଏଁ, ସୁନ୍ଦରଗଡ଼ରୁ ୩୫, ଗଜପତିରୁ ୧୬ ଓ ଦେବଗଡ଼ରୁ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୫୦,୮୦୭ରେ ପହଞ୍ଚିଛି। ସେଥିରୁ ୧,୧୫,୨୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବାବେଳେ ୩୪,୮୪୯ ଜଣ ସକ୍ରିୟ ଅଛନ୍ତି।

ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଜି କରୋନାରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩, କଟକରୁ ୨ ଓ ବାଲେଶ୍ୱର, ଗଞ୍ଜାମ, କଳାହାଣ୍ଡି, ମୟୂରଭଞ୍ଜ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏଥିସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୨୬ରେ ପହଞ୍ଚିଛି।