ନୂଆଦିଲ୍ଲୀ: ବାୟୁସେନାର ବିଶେଷ ବିମାନ ସି-୧୭ ଗ୍ଲୋବାଲ ମାଷ୍ଟର ଯୋଗେ ଆଜି ସାଉଥଆଫ୍ରିକାରୁ ୧୨ଟି ଚିତା ବାଘ ଭାରତ ଆସିଛି । ଗୋୱାଲିୟରର ଏୟାରଫୋର୍ସ ବେସରେ ଚିତାଗୁଡ଼ିକୁ ଓହ୍ଲାଯାଇଥିବା ଜଣାପଡ଼ିଛି । ଏହି ଚିତାଙ୍କୁ ୧୨ ଦିନ କ୍ୱାରେଣ୍ଟାଇନରେ ରଖିବା ପରେ କୁନୋ ନ୍ୟାସନାଲ ପାର୍କରେ ଛଡ଼ାଯିବ । ଉକ୍ତ ୧୨ ଚିତାଙ୍କ ସହ ଭାରତରେ ଚିତା ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଏହି ୧୨ ଚିତା ମଧ୍ୟରେ ୭ ନର ଓ ୫ ମାଦା ସାମିଲ ଅଛନ୍ତି ।
ସୂଚନାଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବରରେ ନାମବିୟାରୁ ୮ ଚିତା ଭାରତ ଅଣାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମଦିନ ଅର୍ଥାତ୍ ସେପ୍ଟେମ୍ବର ୧୭ରେ ଏମାନଙ୍କୁ କୁନୋ ନ୍ୟାସନାଲ ପାର୍କରେ ଛାଡ଼ିଥିଲେ ।