ବାଲିଗୁଡ଼ା,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା ପରିଷଦଙ୍କ ନିର୍ଦ୍ଦେଶକ୍ରମେ ଚଳିତ ମାସ ୧୨ ତାରିଖରେ ବାଲିଗୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବ୍ଲକସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ବାଲିଗୁଡ଼ା ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ଗତ ୨୦୨୨ ଅକ୍ଟୋବର ମାସ ୧୨ ତାରିଖରୁ ୨୦୨୩ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ମନରେଗା କାର୍ଯ୍ୟ ଆଧାରିତ ସମସ୍ୟା ଗୁଡ଼ିକର ଜନ ଶୁଣାଣୀ ହେବ । ଏଣୁ ଏସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ବାଲିଗୁଡ଼ା ବ୍ଲକର ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ ଓ ଜନ ପ୍ରତିନିଧିମାନେ ଉପସ୍ଥିତ ରହିବାକୁ ବ୍ଲକ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।