ଜୁଆ ଆଡ୍ଡାରେ ଚଢ଼ଉ : ୮ ଗିରଫ

ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଚାଲିଥିବା ଜୁଆଆଡ୍ଡା ଉପରେ ପୁଲିସ ଚଢଉ କରି ୮ ଜଣଙ୍କୁ ଗିରଫ କରିବାସହ ବାଇକ, ଟଙ୍କା ଓ ମୋବାଇଲ ଫୋନ ଜବତ ହୋଇଛି । ସୂଚନା ଅନୁସାରେ, ବାଲିଗୁଡା ପୁଲିସ ଡିଏସପି ମନୋଜ କୁମାର ପୂଜାରୀ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସଦଳବଳେ ବାଲିଗୁଡା ଥାନା ଅଧୀନସ୍ଥ ଡହଲପଡି ଜଙ୍ଗଲରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ଉ କରିଥିଲେ। ୮ ଜଣ ଜୁଆଡିଙ୍କ ଠାରୁ ନଗଦ ୨୮,୧୦୦ଟଙ୍କା, ମୋବାଇଲ ୮ଟି, ୮ଟି ବାଇକ୍ ଏବଂ୧୦ପ୍ୟାକେଟ ତାସ ଜବତ ହୋଇଛି । ଏନେଇ ପୁଲିସ ମାମଲା ରୁଜୁକରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ।