ବାଲେଷ୍ଟିକ କ୍ଷେପଣାସ୍ତ୍ର କେ-୧୫ର ପରୀକ୍ଷଣ

ବାଲେଶ୍ୱର,ଏନ୍‌ଏନ୍‌ଏସ୍‌: ଭାରତର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆର୍‌ଡିଓ) ପକ୍ଷରୁ ବଙ୍ଗୋପସାଗର ଧାମରା ଉପକୂଳରେ ଥିବା ବୁଡ଼ାଜାହାଜରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବାଲେଷ୍ଟିକ କ୍ଷେପଣାସ୍ତ୍ର କେ-୧୫ର ବ୍ୟବହାରିକ ପରୀକ୍ଷଣ ଶନିବାର ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରର ଅବଦୁଲ କାଲାମ ହ୍ୱିଲର ଦ୍ୱୀପର ୪ ନମ୍ବର ଲଞ୍ଚପ୍ୟାଡରୁ ସକାଳ ୧୨ଟା ୧୦ ମିନିଟ ସମୟରେ ସଫଳତାର ସହ ପରୀକ୍ଷଣ କରାଯାଇଛି ।

ସୂଚନା ଅନୁସାରେ, ସମ୍ପୂର୍ଣ୍ଣ ସ୍ୱାଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବାଲେଷ୍ଟିକ ମିସାଇଲର ଲମ୍ବ ପ୍ରାୟ ୧୨ ମିଟର ଥିବା ବେଳ ଏହାର ଓଜନ ୧୭ ଟନ । ଏହି କ୍ଷେପଣାସ୍ତ୍ର ପ୍ରାୟ ୨ଟନ ପରମାଣୁ ଯୁଦ୍ଧବିମାନ ବହନ କରିବାର କ୍ଷମତା ରହିଛି । ଏହି କ୍ଷେପଣାସ୍ତ୍ର ୩ ହଜାରରୁ ୩୫ ଶହ କିମି ପର୍ଯ୍ୟନ୍ତ ଲକ୍ଷଭେଦୀ କ୍ଷମତା ରହିଛି । ବୁଡ଼ାଜାହାଜରୁ ଆଣବିକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିବାର କ୍ଷମତା ଥିବା ଭାରତ ହେଉଛି ପଞ୍ଚମ ଦେଶ ।