୧୦୦ ଗ୍ରାମ୍ ବ୍ରାଉନସୁଗର ଓ ୨୩ଲକ୍ଷ ଟଙ୍କା ଜବତ

ବାଲେଶ୍ୱର, ଏସ୍ଏନ୍ଏସ୍: ବାଲେଶ୍ୱରରେ ବଢିଚାଲିଛି ନିଶା କାରବାର। ଆଜି ଅରଡ଼ ବଜାରରୁ ୧୦୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନୁକ ମୁଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା । ତେବେ କେବଳ ବ୍ରାଉନସୁଗାର ଜବତ କରାଯାଉନାହିଁ ତା ସହିତ ୨୩ ଲକ୍ଷରୁ ଉର୍ଦ୍ଧ ନଗତ ଟଙ୍କା ମଧ୍ୟ ଜବତ କରାଯାଇଛି । ତେବେ ଏହାକୁ ନେଇ ପୁଲିସ୍ ଅଧିକ ଛାନବିନ୍ ଚଳାଇଛି ।