ବଦଳିଲା ସ୍କୁଲ ମିଶ୍ରଣ ନିଷ୍ପତ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍କୁଲ ମିଶ୍ରଣ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ସିଡୁଲ ଏରିଆରେ ସ୍କୁଲ ମିଶ୍ରଣ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲର ମିଶ୍ରଣ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ ଆହୁରି କହିଛନ୍ତି, ରାଜ୍ୟରେ ୭୭୭୨ ସ୍କୁଲକୁ ମିଶ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିମଧ୍ୟରୁ ୧୭୨୪ଟି ସ୍କୁଲ୍ ସିଡୁଲ ଓ ନନସିଡୁଲ ଏରିଆରେ ଅଛି। ଏହି ୧୭୨୪ ସ୍କୁଲରୁ କିଛି ସ୍କୁଲରେ ୨୫ରୁ କମ ଛାତ୍ରଛାତ୍ରୀ ଅଛନ୍ତି। ଆଉ କିଛି ସ୍କୁଲରେ ୪୦ରୁ କମ ଛାତ୍ରଛାତ୍ରୀ ଅଛନ୍ତି। ୬୦୪୮ ସ୍କୁଲରେ ୨୦ରୁ କମ୍ ଛାତ୍ରଛାତ୍ରୀ ରହିଛନ୍ତି। ସ୍କୁଲ ମିଶ୍ରଣ ବେଳେ ନାଚୁରାଲ ବ୍ୟାରିୟର କଥା ବିଚାର କରାଯିବ।