ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ରୌନକ ଡାଲମିଆ ଓ ମନ୍ଥନ ଡାଲମିଆ ସର୍ବ ଭାରତୀୟ ଜେଇଇ ଆଡଭାନ୍ସଡ଼ ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ କୃତୀତ୍ୱ ହାସଲ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ଚଞ୍ଚଳ ରାଣା ରୌନକ ଓ ମନ୍ଥନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ସମ୍ବର୍ଦ୍ଧନା ସମୟରେ ରୌନକ ଓ ମନ୍ଥନଙ୍କ ଅଭିଭାବକ ରାଜେଶ କୁମାର ଡାଲମିଆ, ସୀମା ଡାଲମିଆ ଓ ବିଜୟ ଡାଲମିଆ ଉପସ୍ଥିତ ଥିଲେ ।