ତାଳଦଣ୍ଡା କେନାଲର ସମ୍ପ୍ରସାରଣ କାର୍ଯ୍ୟ ତଦାରଖ କଲେ ୫ଟି ସଚିବ

କଟକ, ଏନ୍ଏନ୍ଏସ୍: ଆଜି ଭୋର ପାଞ୍ଚଟାରେ କଟକ ଜିଲ୍ଲା ଗସ୍ତ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ। ଏଠାରେ ସେ ତାଳଦଣ୍ଡା କେନାଲ ସମ୍ପ୍ରସାରଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଶୁକ୍ରବାର ଭୋର ସମୟରେ ୫ଟି ସଚିବ କଟକ ଛତ୍ରବଜାର ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ତଦାରଖ କରିଛନ୍ତି। ତାଳଦଣ୍ଡା କେନାଲର ଅଗ୍ରଗତିର ସମ୍ପର୍କରେ ସମୀକ୍ଷା କରିଛନ୍ତି। ତାଳଦଣ୍ଡା କେନାଲ ରୋଡକୁ ୩ ଲେନ ବିଶିଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ରୋଡ କଟକ ରିଙ୍ଗ ରୋଡ଼କୁ ସଂଯୋଗ କରିବ। ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଜିଲ୍ଲାପାଳ, ଆରଡିସି, ପୂର୍ତ୍ତ ଓ ଶକ୍ତି ବିଭାଗର ସଚିବ ଏବଂ ସ୍ୱାସ୍ଥ୍ୟ ବିଭାଗର ପ୍ରତିନିଧି ଉପସ୍ଥିତ ଥିଲେ।