ମାତୃ ଓ ଶିଶୁ ଚିକିତ୍ସାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବଲାଙ୍ଗିର ସାଂସଦ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଅଞ୍ଚଳରେ ଦୀର୍ଘ ଦିନ ଧରି ହୋଇଆସୁଥିବା କମାତୃ ଓ ଶିଶୁ ଚିକିତ୍ସାଳୟ ସ୍ଥାପନ ଦାବୀ ଆଜି ପୂରଣ ହୋଇଛି । ୫୦ ଶଯ୍ୟା ବିଶଷ୍ଟ ଚିକିତ୍ସାଳୟ ପାଇଁ ବଲାଙ୍ଗିର ସାଂସଦ ଲୋକସଭାରେ ପ୍ରଶ୍ନ ଉଠାଇଥିଲେ ଏବଂ ତାହା ସିଆରଏଫ ପାଣ୍ଠିରୁ ମଞ୍ଜୁର ହେବା ପରେ ପୂର୍ତ୍ତ ବିଭାଗକୁ ନିର୍ମାଣ ଦାୟିତ୍ୱ ମିଳିଛି । ସେଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇ ଲାଠୋରର ବିଜୟ ଅଗ୍ରୱାଲଙ୍କୁ ଚିକିତ୍ସାଳୟ ନିର୍ମାଣ କରିବାକୁ ଦିଆଯାଇଛି । ଏହି ୫୦ ଶଯ୍ୟା ବିଶିଷ୍ଟ ୧୧କୋଟି ୬୫ଲକ୍ଷ ୮୦ହଜାର ୪୮୯ ଟଙ୍କାରେ ନିର୍ମିତ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ଶ୍ରୀମତି ସିଂଦେଓ ଆଜି ସ୍ଥାପନ କରିଛନ୍ତି । ଏହି ଅବସରରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅର୍ଜୁନ ବେହେରା, ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ ଅରୁଣ ପ୍ରକାଶ ଟେଟେ ଓ କନିଷ୍ଠ ଯନ୍ତ୍ରୀ ଅମିତ ସାମଲଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ । ଏହି ଚିକିତ୍ସାଳୟ ଆଗାମୀ ୨ବର୍ଷ ମଧ୍ୟରେ ଶେଷ ହେବ ବୋଲି ଠିକାଦାର ବିଜୟ କୁମାର ଅଗ୍ରୱାଲ କହିଛନ୍ତି । ପାଟଣାଗଡ଼ରେ ଏକ ନୂତନ ଚିକିତ୍ସାଳୟ ହୋଇଥିବାରୁ ଜନସାଧାରଣ ସାଂସଦଙ୍କ କାର୍ଯ୍ୟକୁ ପ୍ରସଂଶା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ନଗର ବିଜେପି ସଭାପତି ସୁଶାନ୍ତ କୁମାର ମହାନ୍ତି, ମୁନା ଦରୁଆନ, ପ୍ରଦୀପ ବଂଶଲ, ବାବୁଲା ଦାସ, ବିଶ୍ୱଜିତ ହୋତା, ଓମ ପ୍ରକାଶ ଯୋଶୀ ଓ ପ୍ରଶାନ୍ତ ଦାସ ପ୍ରମୁଖ ସାମିଲ ଥିଲେ ।