ବଲାଙ୍ଗିର ଜିଲ୍ଲାରୁ ଆଜି ୬୧ ଆକ୍ରାନ୍ତ, ୧ମୃତ

ବଲାଙ୍ଗିର,ଏନ୍ଏନ୍ଏସ୍: ଆଜି ଜିଲ୍ଲାରୁ ସମୁଦାୟ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୦ଜଣ ସୁସ୍ଥ ଓ ଜଣେ ପ୍ରାଣ ହରାଇଛନ୍ତି। ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ଜଣେ, ବଲାଙ୍ଗିର ଗ୍ରମାଞ୍ଚଳରୁ ୩ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୬ଜଣ, ବେଲପଡା ବ୍ଲକରୁ ୫ଜଣ, ଦେଓଗାଁ ବ୍ଲକରୁ ୩ଜଣ, ଗୁଡଭେଲା ବ୍ଲକରୁ ୨ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୨ଜଣ, ଖପ୍ରାଖୋଲ ବ୍ଲକରୁ ୨୩ଜଣ, ଲୋଇସିଂହା ବ୍ଲକରୁ ଜଣେ, ପାଟଣାଗଡ ଗ୍ରାମାଞ୍ଚଳରୁ ଜଣେ, ମୁରିବାହାଲ ବ୍ଲକରୁ ୨ଜଣ,ପୁଇଁନ୍ତଳା ବ୍ଲକରୁ ୨ଜଣ, ସଇଁନ୍ତଳା ବ୍ଲକରୁ ୪ଜଣ, ଟିଟିଲାଗଡ ସହରାଞ୍ଚଳରୁ ଜଣେ ଓ ତୁରେକେଲା ବ୍ଲକରୁ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୧୭୮୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୦୬୯୧ଜଣ ସ୍ୱସ୍ଥ ହୋଇଥିବାବେଳେ ୧୦୨୬ ଜଣ ସକ୍ରିୟ ଓ ୬୩ ଜଣ ମୃତ୍ୟୁବରଣ କରିଛନ୍ତି।