ଗତ ୨୪ ଘଣ୍ଟାରେ ରାଜ୍ୟରେ ସୁସ୍ଥ ହେଲେ ୧୧୩୪୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୧୩୪୭ କରୋନା ଆକ୍ରାନ୍ତ ସୁସ୍ଥହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୨୪୪୦୨ ରେ ପହଞ୍ଚିଛି।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୦୧ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୧୦୬୦, ଢେଙ୍କାନାଳରୁ ୧୦୦୯, କଟକରୁ ୯୬୭, ସୁନ୍ଦରଗଡ଼ରୁ ୬୯୭, କେନ୍ଦ୍ରାପଡ଼ାରୁ ୪୮୬, ଭଦ୍ରକରୁ ୪୫୪, ନୟାଗଡ଼ରୁ ୪୦୮, କଳାହାଣ୍ଡିରୁ ୩୪୯, ବୌଦ୍ଧରୁ ୩୪୫, ସମ୍ବଲପୁରରୁ ୩୧୮, ଯାଜପୁରରୁ ୩୧୫, ବାଲେଶ୍ୱରରୁ ୨୮୪, ନବରଙ୍ଗପୁରରୁ ୨୮୪, ପୁରୀରୁ ୨୬୩, ବରଗଡ଼ରୁ ୨୪୯, ରାୟଗଡ଼ାରୁ ୨୩୪, କୋରାପୁଟରୁ ୨୧୦, ଜଗତସିଂହପୁରରୁ ୨୦୦, ଝାରସୁଗୁଡାରୁ ୧୮୭, ଗଞ୍ଜାମରୁ ୧୫୦, ବଲାଙ୍ଗିରରୁ ୧୪୧, ମାଲକାନଗିରିରୁ ୧୧୩, କନ୍ଧମାଳରୁ ୧୦୯, ସୋନପୁରରୁ ୧୦୬, ଗଜପତିରୁ ୯୨, ଦେବଗଡ଼ରୁ ୭୩, ନୂଆପଡ଼ାରୁ ୬୬, ମୟୂରଭଞ୍ଜରୁ ୨୮, କେନ୍ଦୁଝରରୁ ୧୨ ଏବଂ ଷ୍ଟେଟପୁଲରୁ ୩୩୭ ଜଣ ସୁସ୍ଥ ହୋଇଛନ୍ତି।