କୋଟିଏ ଟଙ୍କାର ବଜ୍ରକାପ୍ତା କାତି ଜବତ, ୩ ଗିରଫ

ଖୁଣ୍ଟୁଣୀ,ଏନ୍ଏନ୍ଏସ୍: ଆଠଗଡ଼ ବନାଞ୍ଚଳରେ ଦୀର୍ଘଦିନ ଧରି ଜଙ୍ଗଲଜନ୍ତୁଙ୍କୁ ମାରି ତାଙ୍କର ଚମଡ଼ା, ହାତୀଦାନ୍ତ , ତଥା ବଜ୍ରକାପ୍ତା ମାରି ବିଦେଶକୁ ଚୋରା ଚାଲାଣ କରୁଥବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇ ସୋମବାର କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲ୍ଲାର ଗୋବିନ୍ଦପୁରର ବଶ୍ୱଜିତ ସାମଲ, ରତିକାନ୍ତ ବେହେରା, ଘୋଳପୁର ଗ୍ରାମର ଆଶୁତୋଷ ସାହୁ। ତାଙ୍କଠାରୁ ୩ ଟି ମୋବାଇଲ ଫୋନ୍ ଓ ୫ ସେଣ୍ଟିମିଟର ଚଉଡ଼ାର ବଜ୍ରକାପ୍ତା କାତି ୧୦ଟି ଜବତ କରାଯାଇଛି। ସେମାନେ ଅନ୍ଲାଇନରେ ଗ୍ରାହକ ଯୋଗାଯୋଗ କରି ଏହାକୁ ବିଦେଶରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି।

ପ୍ରକାଶଥ।।ଉକି ଜବତ ହୋଇଥିବା ବଜ୍ରକାପ୍ତା କାତି ଗୁଡ଼ିକରେ ବୁଲେଟପ୍ରୁଫ୍ ଜ୍ୟାକେଟ ତିଆରି କରାଯାଉଥିଲା। ଜବତ ହୋଇଥିବା ଗୋଟିଏ ଗୋଟିଏ ବଜ୍ରକାପ୍ତା କାତିର ମୂଲ୍ୟ ୮ ରୁ ୯ ଲକ୍ଷ ଟଙ୍କା ହୋଇଥିବାବେଳ ୧୦ ଟିର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ବୋଲି ଆଠଗଡ଼ ବନାଞ୍ଚଳ ଅଧିକାରିଣୀ ସସ୍ମିତା ଲେଙ୍କା ପ୍ରକାଶ କରିଛନ୍ତି।