ବଜାଜ ଫିନସର୍ଭର ‘ସାବଧାନ ରହେ, ସେଫ୍ ରହେ’ ଅଭିଯାନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭାରତର ସର୍ବବୃହତ ଆର୍ଥିକ ସେବା ପ୍ରଦାନକାରୀ, ବଜାଜ ଫିନସର୍ଭ ଲିମିଟେଡ ଏହାର ‘ ସାବଧାନ ରହେ, ସେଫ୍ ରହେ’ ଡିଜିଟାଲ ଅଭିଯାନ ର ତୃତୀୟ ସଂସ୍କରଣର ଶୁଭାରମ୍ଭ କରିଛି। ଏହି ଅଭିଯାନ ମାଧ୍ୟମରେ କମ୍ପାନୀ ଗ୍ରାହକ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଆର୍ଥିକ ସେବା କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ଧରଣର ଜାଲିଆତି ବିଷୟରେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି।

ଚଳିତଥର ସାଧାରଣ ବୀମା କ୍ଷେତ୍ରରେ ହେଉଥିବା ଜାଲିଆତିରୁ ସୁରକ୍ଷିତ ରହିବାର ଉପାୟ ଉପରେ ଧ୍ୟାନ ଦିଆଯାଉଛି। ଏହାର ତୃତୀୟ ସଂସ୍କରଣରେ ଉକ୍ତ ଅଭିଯାନଟି ଏହାର ମୁଖ୍ୟ ଚରିତ୍ର ‘ଗୁପ୍ତା ଜୀ’ଙ୍କ ସହିତ ଆସିଛି। ଏହି ଅଭିଯାନଟି ବଜାଜ ଫିନସର୍ଭ ଲିମିଟେଡ ଏବଂ ବଜାଜ ଆଲିଆନ୍ସ ଜେନେରାଲ ଇନ୍ସ୍ୟୋରାନ୍ସ କମ୍ପାନୀ ଲିମିଟେଡ (ବିଏଜିଆଇସି) ର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲାଇଭ ହୋଇଯାଇଛି।

ଅଜଣା ଲୋକଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଅବିଶ୍ୱସନୀୟ ବୋନସ / ପ୍ରୋତ୍ସାହନ ଏବଂ ଲାଭ ଦ୍ୱାରା କଦାପି ପ୍ରଲୋଭିତ ହୁଅନ୍ତୁ ନାହିଁ। ଏଜେନ୍ସି / ଏଜେଂଟକୁ ସିଧାସଳଖ ନଗଦ ଆକାରରେ ବୀମା ପ୍ରିମିୟମ ଦିଅନ୍ତୁ ନାହିଁ। ଅତ୍ୟଧିକ କମ୍ ପ୍ରିମିୟମ ଲୋଭରେ କଦାପି ପଡ଼ନ୍ତୁ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।