ଝାରସୁଗୁଡ଼ା ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବ ବ୍ୟାଡମିଣ୍ଟନ ଖେଳ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ପୌରପରିଷଦ ଅଧିନରେ ଥିବା ଇନଡୋର ଷ୍ଟାଡିୟମରେ ଆସନ୍ତା ୫ ତାରିଖରୁ ୩ଟି କୋର୍ଟରେ ବ୍ୟାଡମିଣ୍ଟନ ଖେଳ ଆରମ୍ଭ ହେବ। ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନର ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକର ନିଷ୍ପତି ଅନୁଯାୟୀ, ଇନଡୋର ଷ୍ଟାଡିୟମରେ କୋଭିଡ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରାଯିବ। ଏଠାରେ ଖେଳିବା ପାଇଁ ଖେଳାଳିମାନେ ନିଜ ନାମକୁ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନରେ ପଞ୍ଜୀକରଣ କରି ଅନୁମତି ପତ୍ର ନେବେ। ଖେଳିବା ପାଇଁ ଅପରାହ୍ନ ୪ଟା ୩୦ ମିନିଟରୁ ରାତି ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ହଲ୍ ଖୋଲା ରହିବ। ୫ବର୍ଷରୁ ୧୬ ବର୍ଷ ବୟସର ବାଳକ ବାଳିକାଙ୍କ ପଞ୍ଜୀକରଣ ରାଶି ପ୍ରଥମ ମାସରେ ୬୦୦ଟଙ୍କା ହୋଇଥିବାବେଳେ ପରବର୍ତ୍ତୀ ମାସରେ ୩୦୦ ଲେଖାଏଁ ରହିଛି। ୧୬ ବର୍ଷରୁ ଉର୍ଦ୍ଧ୍ୱ ବୟସର ଖେଳାଳିଙ୍କ ପାଇଁ ହଜାରେ ଟଙ୍କା ପଞ୍ଜୀକରଣ ଓ ପରବର୍ତ୍ତୀ ମାସରେ ମାସିକ ୬୦୦ ଟଙ୍କା ରଖାଯାଇଛି। ଏହି ବୈ÷ଠକରେ କାର୍ଯ୍ୟକାରୀ କମିଟିର ବରିଷ୍ଠ ସଦସ୍ୟ ପ୍ରତାପ ବେହେରା, ନୃପଲାଲ ଭୋଇ, ଶରତ କୁମାର ବେହେରା, ପ୍ରିତମ ଦାସ ଓ କ୍ଷିରୋଦ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।