ବ୍ୟାଡମିଣ୍ଟନ ଆସୋସିଏସନ୍ କର୍ମକର୍ତ୍ତା ନିର୍ବାଚିତ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ବ୍ୟାଡମିଣ୍ଟନ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଥିବା ନିର୍ବାଚନ ଅଧିକାରୀ କମଳା କାନ୍ତ ଦାସ ସୂଚନା ଦେଇଛନ୍ତି। ସଭାପତି ଭାବେ ମୋତି ରଞ୍ଜନ ବେହେରା ନିର୍ବାଚିତ ହୋଇଥିବାବେଳେ ଉପ-ସଭାପତି ଭାବେ ପ୍ରୀୟବ୍ରତ ମହାନ୍ତି ଓ ପ୍ରତୀକ ରଥ ନିର୍ବାଚିତ ହୋଇଛନ୍ତି। ଶୈଳେନ୍ଦ୍ର କୁମାର ଚୌଧୁରୀ ସମ୍ପାଦକ, ଅମର ନାଥ ସାମନ୍ତରାୟ ଓ ବାପୁଜି ପାତ୍ର ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାବେଳେ ଜିତେନ୍ଦ୍ର କୁମାର ବରାଡ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି।