ବିରଳ ହରିଣ ଛୁଆ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ସ୍ୱେଚ୍ଛାସେବୀ

ବୈପାରିଗୁଡା,ଏନ୍ଏନ୍ଏସ୍: ବୈପାରୀଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବାଲିଆପଦର ଜଙ୍ଗଲରୁ ଆହତ ଅବସ୍ଥାରେ ହରିଣ ଛୁଆ ଉଦ୍ଧାର କରାଯାଇଛି। ଭାଟିପୋଡ଼ା ଗ୍ରାମର ଯୁବ ସ୍ୱଚ୍ଛାସେବୀ ଗୁପ୍ତ ଚାଲାଣ ବାଲିଆପଦର ଜଙ୍ଗଲ ନିକଟରୁ ଏକ ହରିଣ ଛୁଆ ଉଦ୍ଧାର କରିବା ପରେ ବନପାଳଙ୍କୁ ହସ୍ତାନ୍ତର କରିଛନ୍ତି। ଗୁପ୍ତ ନିଜ ଗାଁ ଭାଟିପୋଡ଼ାଠାରୁ ଜଙ୍ଗଲ ରାସ୍ତାଦେଇ ବୈପାରୀଗୁଡ଼ା ଆସୁଥିବାବେଳେ ଏକ ହରିଣ ଛୁଆ ଦେଖିବାକୁ ପାଇଥିଲେ। ଛୁଆ ନିକଟରେ ହରିଣ ପଲ କିମ୍ବା ତା’ର ମା’ ନଥିବା ସେ ଜାଣିବା ପରେ ତାକୁ ଧରିନେଇ ବୈପାରୀଗୁଡ଼ା ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। ପରେ ବନପାଳ ବିକାଶ ପାତ୍ରଙ୍କୁ ଏହି ହରିଣ ଛୁଆକୁ ହସ୍ତାନ୍ତର କରିଥିଲେ। ହେଲେ ଉଦ୍ଧାର ଛୁଆଟି ଅସୁସ୍ଥ ଥିବାବେଳେ ତା’ର ବୟସ ୬ ମାସ ହୋଇଥିବା ଅନୁମାନ କରାଯାଇଛି। ବୈପାରୀଗୁଡ଼ା ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ହରିଣ ଛୁଆଟିର ପ୍ରାଥମିକ ଚିକିତ୍ସା କରାଯାଉଛି। କିଛିଦିନ ପରେ ହରିଣ ଛୁଆ ସୁସ୍ଥ ହେଲେ ଜଙ୍ଗଲରେ ଛିଡ଼ାଯିବ ବୋଲି ବନାଞ୍ଚଳ ଅଧିକାରୀ ଦିବ୍ୟ ମାଧୁରୀ ସେଠୀ ସୂଚନା ଦେଇଛନ୍ତି।