ଟିଏମ୍‌ସିରେ ମିଶିଲେ ବାବୁଲ ସୁପ୍ରିୟୋ

କୋଲକାତା,ଏଜେନ୍ସି: ପୂର୍ବତନ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ନିକଟରେ ବିଜେପିରୁ ଇସ୍ତଫା ଦେବା ସହିତ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। ଆଉ କୌଣସି ଦଳକୁ ଯିବେ ନାହିଁ ବୋଲି ମଧ୍ୟ କହିଥିଲେ। ଏଆଇସିଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ଆରଏସ ସାଂସଦ ଡେରେକ ଓ’ବ୍ରାଇନଙ୍କ ଉପସ୍ଥିତିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ରରୁ ମନ୍ତ୍ରୀ ପଦ ଚାଲିଯିବା ପରେ ଅସନ୍ତୁଷ୍ଟ ହୋଇ ବାବୁଲ ବିଜେପି ଛାଡିଥିବା ଯେଉଁ ଆଲୋଚନା ହେଉଥିଲା, ତାହା ଏବେ ସତ ପ୍ରମାଣିତ ହୋଇଛି।