ଏନସିସିର ପୁନର୍ବିନ୍ୟାସ ପାଇଁ ରାଜନାଥଙ୍କୁ ଭେଟିଲେ ବୈଜୟନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି)ର ପୁନର୍ବିନ୍ୟାସ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା। ଏନସିସିର ଗଠିତ ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ପାଇବା ପରେ ଏହାର କାମ ନେଇ ଶ୍ରୀ ପଣ୍ଡା ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରୀୟ ଏକତା ଏବଂ ରାଷ୍ଟ୍ର ନିର୍ମାଣ ଦିଗରେ ଯୁବ ପିଢ଼ିକୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯେଉଁ ସ୍ୱପ୍ନ ରହିଛି, ତାହାକୁ ସାକାର କରିବା ଲାଗି ସେ ପ୍ରତିରକ୍ଷା ମନ୍ତ୍ରୀଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି।