ପାଟଣାଗଡ଼ରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ସମ୍ବିଧାନ ପ୍ରଣେତା ଡା. ବାବା ସାହେବ ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ଆଡ଼ମ୍ବର ସହକାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବଲାଙ୍ଗିର ସମେତ ବାହାର ଜିଲ୍ଲାର ବହୁ ଲୋକ ଯୋଗ ଦେଇଥିଲେ । ପାଟଣାଗଡ଼ ଆମ୍ବେଦକର ଜୟନ୍ତୀ କମିଟି ଏବଂ ଉପଖଣ୍ଡୀୟ ଲକ୍ଷେ ଗଣ୍ଡା ସମାଜ ସଭାପତି ଦିକ୍ସନ ନନ୍ଦଙ୍କ ନେତୃତ୍ୱରେ ସ୍ଥାନୀୟ ଗଡ଼ ଭିତର ଯାତ୍ରା ପଡ଼ିଆରୁ ବିରାଟ ଶୋଭାଯାତ୍ରାରେ ବାଜା ବଜାଇ ନଗର ପରିକ୍ରମା କରି ରମାଇ ହାଇସ୍କୁଲ ପର୍ଯ୍ୟନ୍ତ ପହଞ୍ଚିଥିଲା । ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ପାଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟା ନନ୍ଦ ସେଠୀ, ବରିଷ୍ଠ ପ୍ରଶାସକ ତାରିଣୀ ସୁନା, ଆସିଷ୍ଟାଣ୍ଡ ପ୍ରଫେସର ମନୋଜ ବାଗ, ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକଣ୍ଠ ବାଗ ଓ ବେଲପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । ଟିନା କୁମ୍ଭାର ଜୟନ୍ତୀ କମିଟିର ମହାସଚିବ ଜୟନ୍ତ କୁମ୍ଭାର, କମିଟିର ଉପସଭାପତି ଭକ୍ତରାମ ବାଗ, ପଙ୍କଜ ଭୋଇ ଓ ଡିଙ୍ଗର କୁମ୍ଭାରଙ୍କ ସମେତ ବହୁ ଜନସାଧାରଣ ଅଂଶଗ୍ରହଣ କରିଥିଲେ । ଡା. ଆମ୍ବେଦକର ଆଧୁନିକ ଭାରତର ନିର୍ମାତା ବୋଲି ଉପସ୍ଥିତ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ ।