ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁମ୍ଭାରୀ ଗାଁରେ ଅନେକ ପଡ଼ା ଓ ଡ୍ରେନରେ କୁଢ଼ କୁଢ଼ ଆବର୍ଜନା ପଡ଼ି ରହୁଥିବା ସଫା କରିବା ପାଇଁ କାହାରି ଦୃଷ୍ଟି ପଡୁ ନଥିଲା । ହେଲେ ଆଜି ନବନିର୍ବାଚିତ ସ୍ଥାନୀୟ ସରପଞ୍ଚ ଶୈଳୀନ୍ଦ୍ରୀ ମହାନନ୍ଦ ଓ ନାଏବ ସରପଞ୍ଚ ସୋଭାଗ୍ୟ ରଞ୍ଜନ ବଗର୍ତ୍ତିଙ୍କ ନେତୃତ୍ୱରେ ଗାଁକୁ ସଫା ସୁତୁରା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟା ସରୋଜିନୀ ମହାନନ୍ଦ, ଆଶା ଓ ଏମବିକେ ପ୍ରମୁଖ ସାମିଲ ହୋଇଥିଲେ ।