ପୁନଃ ’ହାଲୋ କ୍ୟାବ’ର ସର୍ଭିସ ଆରମ୍ଭ; ରାଜ୍ୟର ୮ଟି ସହରରେ ଯୋଗାଇବ ସେବା

ଭୁବନେଶ୍ବର,ଏନ୍ଏନ୍ଏସ୍: ଶୀତଲ ହୋଟେଲ ପରିସରରେ ହାଲୋ କ୍ୟାବ ସର୍ଭିସ୍ ପୁଣି ଥରେ ଆରମ୍ଭ ହେଉଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ହାଲୋ କ୍ୟାବ ଲୋକମାନଙ୍କର ନିକଟତର ହେବାକୁ ଏକ ଆପ ଗୁଗୁଲ ପ୍ଲେଷ୍ଟୋର ଓ ଏପଲ ପ୍ଲେଷ୍ଟୋରରେ ଉପଲବ୍ଧ ଅଛି। ଏହି ଆପ୍ ମାଧ୍ୟମରେ ଲୋକମାନେ ନିଜର ମନପସନ୍ଦର ୪ ଚକିଆ ଯାନ ସହିତ ଅଟୋ ଓ ବ୍ୟବସାୟିକ ଯାନ ବୁକିଂ କରି ପାରିବେ। ହାଲୋ କ୍ୟାବ ଅନ୍ୟ କ୍ୟାବ ସଂସ୍ଥା ଠାରୁ ବହୁତ ଭିନ୍ନ ଅଟେ।

ଏହାର ଆପ୍‌ରେ ବହୁତ ନୂଆ ଫିଚର ରହିଛି। ଲୋକମାନେ ଏହି ଆପ୍ ସହିତ ନିଶୁକ୍ଳ ନମ୍ବରରେ (୧୮୦୦ ୩୧୩ ୬୭୬୭୬୭) କଲ୍ କରି ଟ୍ୟାକ୍ସି ସହିତ ପରିବହନ ଯାନ ମଧ୍ୟ ବୁକିଂ କରି ପାରିବେ। ଏହି ସେବା ଏବେ ଭୁବନେଶ୍ବର, ପୁରୀ, ରାଉରକେଲା, ସମ୍ବଲପୁର, ବାଲେଶ୍ଵର, ବ୍ରହ୍ମପୁର, ବଲାଙ୍ଗିର ଓ କଟକରେ ଆରମ୍ଭ ହୋଇଛି। ଆମେ ପ୍ରତ୍ୟେକ ଟ୍ରିପରେ ୧ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍ ଓ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ଦାନ କରିବା ପାଇଁ ବ୍ୟବସ୍ଥା କରୁଛୁ। ଏଥି ସହିତ ପ୍ରତ୍ୟେକ ଟ୍ରିପରେ ଯାତ୍ରୀମାନଙ୍କ ପାଇଁ ବୀମା ମଧ୍ୟ ଉପଲବ୍ଧ ଅଛି।

ଏଥିରେ ଡ୍ରାଇଭର ମାନଙ୍କ ପାଇଁ ଅନ୍ୟ କ୍ୟାବ୍ ମାନଙ୍କ ଠାରୁ ଅଧିକ ସୁବିଧା ପ୍ରଦାନ କରାଯାଉଛି। ଖୁବ୍‌ଶୀଘ୍ର ଏହି ସେବା ଦିଲ୍ଲୀ, କଲିକତା, ରାୟପୁର, ବିଶାଖାପାଟନମ୍‌ରେ ଉପଲବ୍ଧ ହେବାକୁ ଯାଉଛି। ଏହି ସର୍ଭିସ ରେସୁମିଙ୍ଗ ସେରିମୋନିରେ ହାଲୋ କ୍ୟାବର ପ୍ରତିଷ୍ଠାତା, କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।