‘ବାବା କା ଢାବା’ରୁ ରେସ୍ତୋରାଁର ମାଲିକ

ନୂଆଦିଲ୍ଲୀ, ଏଜେନ୍ସି: ‘ବାବା କା ଢାବା’କୁ ନେଇ ୟୁଟୁବରେ ରାତାରାତି ଫେମସ୍ ହୋଇଥିବା ୮୦ ବର୍ଷୀୟ କାନ୍ତ ପ୍ରସାଦ ସୋମବାର ମାଲଭିଆ ନଗରରେ ଏକ ନୂତନ ରେସ୍ତୋରାଁ ଖୋଲିଛନ୍ତି। ସୂଚନାଯୋଗ୍ୟ, ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ଏକ ଢାବା କରି ପେଟ ପୋଷନ୍ତି। ତେବେ କୋଭିଡ ମହାମାରୀ ଯୋଗୁଁ ଦେଶରେ ଲକଡାଉନ ଓ ସଟଡାଉନ ଘୋଷଣା ହେବାପରେ ଢାବା ବନ୍ଦ ରହିଥିଲା।  କଟକଣା କୋହଳ ହେବାପରେ କୋଭିଡ ଯୋଗୁଁ ଗ୍ରାହକମାନେ ତାଙ୍କ ଢାବାକୁ ଆସୁନଥିଲେ। ଏନେଇ ଏକ ଭିଡିଓ ଭାଇରାଲ ହେବା ସହ ଅନେକ ଲୋକ ଟଙ୍କା ଦାନ କରି ଢାବା ପରିଦର୍ଶନ କରିଥିଲେ। “ଟଙ୍କା ଦାନ କରିଥିବା ସମସ୍ତ ଲୋକଙ୍କୁ କୃତଜ୍ଞତା ଜଣାଇବା ସହିତ ଏହି ରେଷ୍ଟୁରାଣ୍ଟ ଟିକିଏ ଅଲଗା ହେବାକୁ ଯାଉଛି ବୋଲି କହିଛନ୍ତି କାନ୍ତ ପ୍ରସାଦ। କାନ୍ତ ପ୍ରସାଦ ବର୍ତ୍ତମାନ ଦୁଇଜଣ ରୋଷେୟାଙ୍କୁ ନିଯୁକ୍ତି ଦେଇଛନ୍ତି। ଆମେ ଭାରତୀୟ ଏବଂ ଚାଇନାର ଖାଦ୍ୟ ପ୍ରସ୍ତୁତ କରିବୁ ବୋଲି ପ୍ରସାଦ କହିଛନ୍ତି। ବୁଧବାର ଠାରୁ ଗ୍ରାହକଙ୍କ ପାଇଁ ସେବା ଆରମ୍ଭ ହେବ ବୋଲି ସେ କହିଛନ୍ତି।