ଆଜାଦ୍ କ୍ରିକେଟ୍ କ୍ଲବର ରଜତ ଜୟନ୍ତୀ ଉଦଯାପିତ

ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ବ୍ଲକ୍ ବଡ଼ବନ୍ଧ ପଞ୍ଚାୟତ କରୁଆଁଝର ଶ୍ରୀରାମଚନ୍ଦ୍ର ହାଇସ୍କୁଲ ଖେଳ ପଡ଼ିଆରେ ଗତ ଦୁଇ ଦିନ ଧରି ଚାଲିଥିବା କ୍ରିକେଟ କ୍ଲବର ରଜତ ଜୟନ୍ତୀ ରବିବାର ରାତିରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଦେଓଗାଁ ବ୍ଲକ୍ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ଣଣ ମେହେର ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ରୀନା ମେହେର ଯୋଗଦେଇଥିବାବେଳେ ଜିଲ୍ଲା ପରିଷଦ ସଭ୍ୟ ସୁଶୀଲ ଚାନ୍ଦ, ଦେଓଗାଁ ବ୍ଲକ ସରପଞ୍ଚ ସଂଘ ସଭାପତି ଦୟାନିଧି ଖମାରୀ, କୁତୁର୍ଲା ସମିତି ସଭ୍ୟା ରଞ୍ଜୁ ଭୋଇ, ଚୈତନ୍ୟ ପଟେଲ, ଗ୍ରାମ୍ୟ କମିଟି ସଭାପତି ସୁଶାନ୍ତ ସାହୁ, ଅଗସ୍ତି ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଗ୍ରାମାଞ୍ଚଳରେ ଅନେକ ପ୍ରତିଭା ରହିଛନ୍ତି, କ୍ରୀଡ଼ା ଦ୍ୱାରା ଏହି ପ୍ରତିଭାଧାରୀଙ୍କୁ ଚିହ୍ନଟ କରାଯାଏ। ଗାଁରେ ଏକତା ରହିଲେ ବିକାଶ କାମରେ ବାଧା ଉପୁଜେ ନାହିଁ। ଆଗାମୀ ଦିନରେ ସୋନ ଗଡ଼ ନଦୀରେ ଏକ ବ୍ୟାରେଜ ନିର୍ମାଣ ସହ ଚାନ୍ଦିନୀ ପାହାଡ଼ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ ବୋଲି ପାଇଁ ବୋଲି ପ୍ରକାଶ କରିଥିଲେ। ଏହି ଜୟନ୍ତୀ ଉପଲକ୍ଷେ ଶ୍ରୀରାମଚନ୍ଦ୍ର ହାଇସ୍କୁଲ ଖେଳ ପଡ଼ିଆରେ ଦୁଇଦିନ ଧରି ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିଲା। ଏଥିରେ ଡଙ୍ଗରପଡ଼ା ଓ କୁରୁଆ ଝର ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। କୁରୁଆ ଝର ଦଳ ଏହି ଟୁର୍ଣ୍ଣାମେଣ୍ଟ ର ଚାମ୍ପିଅନ ହୋଇଛି। ମହୋତ୍ସବ ର ସଭାପତି ଅନ୍ତର୍ଯ୍ୟାମୀ ଭୋଇ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମ୍ପାଦକ ପ୍ରଦୀପ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଜ ପ୍ରତାପ ସିଂ ଦେଓ ଧନ୍ୟବାଦ ଦେଇଥିଲେ । ଅବନୀ ପ୍ରଧାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୁଇତଲାର ଢୋଲ ମୁହୁରୀ ଓ ଲୋଇସିଂହାର ଶଙ୍କର ବେହେରା ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।