୬ ଦଫା ଦାବି ନେଇ ଆୟୁଷ ଡାକ୍ତରଙ୍କ ଧର୍ମଘଟ

ପାଟଣା,ଏନ୍ଏନ୍ଏସ୍: ୬ ଦଫା ଦାବି ନେଇ କାର୍ଯ୍ୟରତ ଆୟୁଷ ଡାକ୍ତର ସାରା ରାଜ୍ୟରେ ଧର୍ମଘଟକୁ ଓହ୍ଲାଇଛନ୍ତି। ସୂଚନା ଅନୁଯାୟୀ କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଆୟୁଷ ଡାକ୍ତରମାନେ କାର୍ଯ୍ୟ କରୁଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରମାନଙ୍କ ଭିତରକୁ ଯାଇ ଯାଞ୍ଚ କରିବା ସହିତ ସମସ୍ତଙ୍କ ସେବା କରୁଛନ୍ତି। କିନ୍ତୁ ସରକାର ଡାକ୍ତର, ପୁଲିସ, ନର୍ସ, ଅଙ୍ଗନବାଡ଼ି କର୍ମୀ, ଆଶା ଦିଦି, ଶିକ୍ଷକ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କରୋନା ଯୋଦ୍ଧା ଭାବେ ଅଭିହିତ କରି ସମସ୍ତ ସୁବିଧା ସୁଯୋଗ ଦେଉଥିବା ବେଳେ ଆୟୁଷ ଡାକ୍ତରମାନଙ୍କୁ ଏଥିରୁ ବଞ୍ଚିତ କରାଯାଇଛି। ଫଳରେ ଆଜି ଆୟୁଷ ଡାକ୍ତରମାନେ ଧର୍ମଘଟକୁ ଓହ୍ଲାଇଛନ୍ତି। ସେହିପରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସମସ୍ତ ଆୟୁଷ ଡାକ୍ତରମାନେ ମଧ୍ୟ କଳା ବ୍ୟାଚ୍ ପରିଧାନ କରି କାର୍ଯ୍ୟ କରୁଛନ୍ତି।