ଅବକାରୀ ବିଭାଗର ଚଢ଼ଉ: ବିପୁଳ ପରିମାଣର ମହୁଲି ଜବତ, ୪ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ପାଟଣା ଥାନା ମାଛଗଡ଼ ଶବରଣୀବେଡା ଟାଇଁସିରିରେ ବୁଧବାର ଅବକାରୀ ବିଭାଗ ଚଢ଼ଉ କରିଛି। ଏହି ସମୟରେ ସେଠାରୁ ବିପୁଳ ପରିମାଣର ଦେଶୀ ମହୁଲି ମଦ ସହିତ ୩ ଲିଟର ବିଦେଶୀ ମଦ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ବ୍ୟକ୍ତି ହେଲେ ମାଛଗଡ଼ର ହରିଶ୍ଚନ୍ଦ୍ର ମହାନ୍ତ ଓ ଯୁଗଳ କିଶୋର ମହାନ୍ତ, ଶବରଣିବେଡାର ହରେକୃଷ୍ଣ ମହାନ୍ତ ଓ ଟାଇଁସିରାର ସମ୍ଭୁନାଥ କାରୁଆ। ଏହି ଚଢ଼ଉରେ ପାଟଣା ଅବକାରୀ ଥାନାର ସମସ୍ତ କର୍ମଚାରୀ ସାମିଲ ଥିଲେ।