ରାୟଗଡ଼ା,ଏନ୍ଏନ୍ଏସ୍: ତମାଖୁ ମୁକ୍ତ ଓଡ଼ିଶା ସଚେତନାର ବାର୍ତ୍ତା ବହନ କରି ଓଡ଼ିଶା ଭ୍ରମଣରେ ବାହାରିଛନ୍ତି ୪୦ଜଣ ସାଇକେଲ ଆରୋହୀ। ରାୟଗଡ଼ା ଠାରେ ସାଇକେଲ ଆରୋହୀ ପହଞ୍ଚିବା ପରେ ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ପିଏ, ଆଇଟିଡିଏ ଟୁକୁ ବାରିକ ବିପୁଳ ସେମାନଙ୍କୁ ସ୍ୱାଗତ କରିଥିଲେ। ପରେ ୪୦ଜଣ ସାଇକେଲ ଆରୋହୀ କୋରାପୁଟ ଅଭିମୁଖେ ବାହାରିଥିଲେ। ପଞ୍ଚମ କୋଣାର୍କ ଅର୍ନ୍ତଜାତୀୟ ସାଇକ୍ଲୋଥେନ୍ ଯାତ୍ରା ଓଡ଼ିଶାର ଐକ, ଭାତୃତ୍ୱ, ସହନଶୀଳତା, ସ୍ୱଚ୍ଛତା ଓ କ୍ରୀଡ଼ାର ବିକାଶ ପାଇଁ ସହାୟକ ହେବ ବୋଲି କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତ ବେହେରା କହିଛନ୍ତି।
