ଓଡ଼ିଶା ପକ୍ଷରୁ ସ୍ଟାର୍ଟ ଅପ୍ ପାଇଁ ୧୦୦କୋଟି ପାଣ୍ଠି ପ୍ରସ୍ତାବିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟରେ ଭିନ୍ନ ୩ରୁ ୫ବର୍ଷ ପାଇଁ ଆବଶ୍ୟକ ଅନୁସାରେ ବିହନ ପ୍ରଦାନ କରିବା ପାଇଁ ୧୦୦ କୋଟିର ପଣ୍ଠି ପ୍ରସ୍ତାବିତ କରାଯାଇଛି। ତେବେ ଏ ନେଇ ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି।

ଏହି ବୈଠକରେ ଓଡ଼ିଶାରେ ସ୍ଟାର୍ଟ ଅପ୍ ଇକୋସିସ୍ଟମକୁ ସୁଦୃଢ଼ କରିବା ଓ ଏଭଳି ପୁଞ୍ଜି ପ୍ରଦାନ ପାଇଁ ‘ଫଣ୍ଡସ୍ ଅଫ୍ ଫଣ୍ଡ’ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ଯେଉଁଥିରେ ବେସରକାରୀ ସଂସ୍ଥାମାନେ ସହଯୋଗ ପ୍ରଦାନ କରିବେ।
ସେହିପରି ଓଡ଼ିଶାର ସ୍ଥିତିକୁ ନଜରରେ ରଖି ‘ଫଣ୍ଡସ୍ ଅଫ୍ ଫଣ୍ଡ’କୁ ରାଜ୍ୟ ସ୍ତରରେ କାର୍ଯ୍ୟକାରୀ କରିବାରେ ସହଜ ହେବ ବୋଲି କୁହାଯାଇଛି। ତେଣୁ ଏ ନେଇ ମୁଖ୍ୟ ସଚିବ ଏକ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।