ହକିର ସ୍ୱର୍ଣ୍ଣିମ ଇତିହାସ ଉପରେ ସଚେତନତା

ନବରଙ୍ଗପୁର,ଏନ୍‌ଏନ୍‌ଏସ: ନବରଙ୍ଗପୁର ମହାବିଦ୍ୟାଳୟରେ ହକିର ସ୍ୱର୍ଣ୍ଣିମ ଇତିହାସ ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହ ଓ ବକ୍ତୃତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡା. ଭାସ୍କର ନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହକିର ଗୌରବମୟ ଇତିହାସ ଓ ଅବଦାନ ସମ୍ପର୍କରେ ଡା. ବିଶ୍ୱାଳ ପିଲାଙ୍କୁ ଜଣାଇଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ଡା. ଜାହଙ୍ଗୀର ମହମ୍ମଦ କ୍ରୀଡ଼ା ସ୍ୱାସ୍ଥ୍ୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ହକି ଖେଳରେ ଭାଗ ନେବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପରେ ସ୍ମାର୍ଟ ଶ୍ରେଣୀଗୃହରେ ଲିଟେରାରୀ ଆସୋସିଏସନ୍ ସହଯୋଗରେ ଯୁକ୍ତ ୩ ପିଲାଙ୍କ ମଧ୍ୟରେ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ‘ହକି ଯଥାର୍ଥରେ ଭାରତର ଜାତୀୟ ଖେଳ କି ?’ ବିଷୟରେ ଏକ ତର୍କ ପ୍ରତିଯୋଗିତା ଓ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ଉପରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉଭୟ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ସହଯୋଗ କରିଥିଲେ ।