ପ୍ରଥମଥର Y+ ସୁରକ୍ଷା ସହ ଶାହରୁଖ

ମୁମ୍ବାଇ: ହତ୍ୟା ଧମକ ମିଳିବା ପରେ କିଙ୍ଗ ଖାନ୍ ଶାହରୁଖଙ୍କୁ y+ ସିକ୍ୟୁରିଟି ପ୍ରଦାନ କରାଯାଇଛି । ଶାହରୁଖଙ୍କ ଫିଲ୍ମ ‘ପଠାନ’ ଓ ‘ଯବାନ’ ହିଟ୍ ହେବା ପରେ ତାଙ୍କୁ ହତ୍ୟା ଧମକ ମିଳିଥିବା ନେଇ ଅଭିଯୋଗ ହୋଇଥିଲା ।

ଅନ୍ୟପଟେ ଆଜି ଶାହରୁଖ ଖାନଙ୍କୁ ମୁମ୍ବାଇର ଏକ ଥିଏଟରରେ y+ ସିକ୍ୟୁରିଟି ଟିମ୍ ସହ ଦେଖିବାକୁ ମିଳିଥିଲା । ‘କୁଛ କୁଛ ହୋତା ହୈ’ର ୨୫ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ସ୍କ୍ରିନିଂ ରଖାଯାଇଥିଲା । ଏହି ପରିପ୍ରେକ୍ଷୀରେ ଫ୍ୟାନଙ୍କୁ ସରପ୍ରାଇଜ ଦେବା ଲାଗି ଶାହରୁଖଙ୍କ ସହ ରାନୀ ମୁଖାର୍ଜୀ ଓ କରନ ଜୋହର ଥିଏଟର ପହଞ୍ଚିଥିଲେ ।