ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ବନବିଭାଗ କାର୍ଯ୍ୟଳୟ ଠାରେ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସଇଁନ୍ତଲା ବ୍ଲକ୍ ଶିଷକେଲା ଗାଁର ବିକି ଜି ନାଗଙ୍କୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ଯୋଗୁଁ ଜିଲ୍ଲା ଡିଏଫଓ ନୀତିଶ କୁମାର ବନ ବିଭାଗର କର୍ମଚାରୀଙ୍କ ଉପସ୍ଥିତରେ ବିଜି ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ୨୦୨୨ ରେ ପୁରସ୍କୃତ କରିଥିବା ବେଳେ ଅଞ୍ଚଳରେ ଶୁଭେଚ୍ଛାର ସୁଅ ଛୁଟୁଛି।