ଶିକ୍ଷା ସଦନକୁ ମିଳିଲା ପ୍ରକୃତି ମିତ୍ର ପୁରସ୍କାର

ସଇଁନ୍ତଲା: ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଡୁମାଳପଡ଼ାସ୍ଥିତ ଶିକ୍ଷା ସଦନକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏହାର ନିର୍ଦ୍ଦେଶକ ଗୌତମ କ୍ଷେତିଙ୍କ ତତ୍ତ୍ୱାବଧାନରେ ସ୍କୁଲ ପରିସରରେ ବିଭିନ୍ନ ଔଷଧିୟ ଚାରା ଲଗାଯିବା ସହ ଅଞ୍ଚଳରେ ଚାରାରୋପଣ କାର୍ଯ୍ୟକ୍ରମ ଜାରି ରହିଥିବାରୁ ଏହି ପୁରସ୍କାର ମିଳିଛି ।