ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଉଲବା ଗ୍ରାମ ନିକଟରେ ଆଜି ସଂନ୍ଧ୍ୟାରେ ବଲାଙ୍ଗିର ପଟରୁ ଆସୁଥିବା ଏକ ଅଟୋ ନଂ-ଓଡି-୦୩ଟି-୩୭୭୦ ଓ ପାଟଣାଗଡ ପଟୁ ଯାଉଥିବା ଏକ କାର ନଂ-ଓଡି-୦୩ଜି-୫୭୫୧ ସହିତ ମୁହାଁମୁହିିଁ ଧକ୍କା ହୋଇଥିଲା। ଫଳରେ ଅଟୋରେ ଥିବା ୩ ଜଣରୁ ଜଣଙ୍କ ମୃତ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଦମକଳ ବାହିନୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ବଲାଙ୍ଗିରକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।
ମୃତକ ହେଲେ ଉଲବା ଗ୍ରାମର ନିଲୁରାମ ଭୋଇ। ପ୍ରକାଶ ଯେ ହର୍ଡାଟାଲ ଗ୍ରାମକୁ ସିମେଣ୍ଟ ଖୁଣ୍ଟ ଆଣୁଥିବା ସମୟରେ ଘଟଣାଟି ଘଟିଥିଲା। ଘଟଣାସ୍ଥଳରେ ପାଟଣାଗଡ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।