ଆଳି,ଏନ୍ଏନ୍ଏସ୍: ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ସ୍ୱାବ୍ ସଂଗ୍ରହ ଟିମ ପକ୍ଷରୁ ଆଳି ପତ୍ରପୁର ଏନ୍ଏନ୍ଏମ୍ ସେଣ୍ଟର ପରିସରରେ ଏକ ମେଗା ସ୍ୱାବ୍ ସଂଗ୍ରହ କ୍ୟାମ୍ପ ହୋଇଥିଲା। ଏହି ସମୟରେ ସ୍ଥାନୀୟ ପତ୍ରପୁର ଗ୍ରାମର ବିଶ୍ୱରଞ୍ଜନ ପରିଡା ହଠାତ ସେହି ସ୍ଥାନରେ ପହଞ୍ଚି ଏହି ଟିମର ଡାଟା ଏଣ୍ଟ୍ରି ଅପରେଟର ପ୍ରଶାନ୍ତ କୁମାର ପାତ୍ରଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଅନ୍ୟ ସଦସ୍ୟମାନଙ୍କୁ ଗାଳି ଗୁଲଜ କରିବା ସହିତ ବନ୍ଧୁକ ଦେଖାଇ ଆକ୍ରମଣ କରିଥିବା ନେଇ ଆଳି ଥାନାରେ ସୁଧାଂଶୁ ବାଳା ଲେଙ୍କା ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ସମ୍ପୃକ୍ତ ଯୁବକକୁ ଆଳି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ସଲିଲ ପ୍ରଧାନ ସୂଚନା ଦେଇଛନ୍ତି।