ନବରଙ୍ଗପୁର ପ୍ରିମିୟର ଲିଗ ନିମନ୍ତେ ସରିଲା ଖେଳାଳି ନିଲାମ କାର୍ଯ୍ୟକ୍ରମ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ପ୍ରିମିୟର ଲିଗ ନିମନ୍ତେ ଖେଳାଳି ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଳିଙ୍ଗ ବରୀୟର୍ସ, ନବରଙ୍ଗପୁର ରାଇଜିଙ୍ଗ ଟାଇଟନ, ଜୟପୁର ଷ୍ଟ୍ରାଇକର, ସନସାଇନ ସୁପର କିଙ୍ଗ, ଟି ତାଜ ଓ ସନସାଇନ ବ୍ଲାଷ୍ଟର ପ୍ରମୁଖ ଦଳ ଅଂଶଗ୍ରହଣ କରିଥିଲେ । ଏଥିରେ ମାଲକାନଗିରିର ଦିନେଶ ହଲବା ମୋଟ ୧୧,୩୦୦, ପି. ରସନ କୁମାର ୧୦,୦୦୦ ଓ ଆଦିତ୍ୟ ରାଉତ ୯,୮୦୦ ଟଙ୍କାରେ ବିକ୍ରି ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ତଥା କ୍ରିକେଟ ସଂଘର ସମ୍ପାଦକ ପ୍ରହ୍ଲାଦ ତ୍ରିପାଠୀ, ଜିଲ୍ଲା କ୍ରୀଡ଼ା ସଂଘର ଉପସଭାପତି ଏମ ବାଲା କୃଷ୍ଣ ରାଓ ଓ ସମାଜସେବୀ ପ୍ରକାଶ ତ୍ରିପାଠୀ ଯୋଗ ଦେଇଥିବାବେଳେ ଜିଲ୍ଲା କ୍ରୀଡ଼ା ସଂଘର ସହସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଓ ପୂର୍ବତନ ଖେଳାଳି ପରେଶ ଜୈନ ନିଲାମୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି କ୍ରିକେଟ ସମ୍ପାଦକ ଅଶୋକ ନାୟକ ଏନ. ବିଜୟ ବିଡ଼ ଫର୍ମ ପୂରଣ କରିଥିବାବେଳେ ଉତ୍ତମ ନାୟକ, ଦେବଦତ୍ତ ସାହୁ, ଜି. ଦେବ କୁମାର ରେଡି, ଅଶ୍ୱିନୀ ଦାସ, ଅଭିଷେକ ଦାସ, ଶୁଭ୍ରାଂଶୁ ଶେଖର, ଦେବାଶିଷ ରାଜୁ, ଶୁଭ୍ରାଂଶୁ ଖିଲ ଓ ସର୍ବେଶ୍ୱର ସାହୁ ପ୍ରମୁଖ ସହଯୋଗ କରିଥିଲେ ।