ବିହାରରେ ଗରିବ ପିଲାଙ୍କ ପାଇଁ ସ୍କୁଲ ଖୋଲିବେ ସୋନୁ

ବିହାର: କରୋନା କାଳରେ ଲୋକଙ୍କ ପାଇଁ ଭଗବାନ ସାଜିଥିବା ସୋନୁ ସୁଦ ପୁଣି ସହୃଦୟତା ଦେଖାଇଛନ୍ତି । ସୋନୁ ଖବୁଶୀଘ୍ର ଅଭାବ ଯୋଗୁ ପଢ଼ିବାକୁ ସୁଯୋଗ ପାଉନଥିବା ପିଲାଙ୍କ ପାଇଁ ବିହାରରେ ସ୍କୁଲ ଖୋଲିବାକୁ ଯାଉଛନ୍ତି । ଏଥିଲାଗି ଅଭିନେତା କଟିହାରର ଜଣେ ଇଞ୍ଜିନିୟରଙ୍କୁ ଭେଟିଛନ୍ତି ଯିଏକି ଚାକିରି ଛାଡ଼ି ପିଲାଙ୍କ ପାଇଁ ସ୍କୁଲ ଖୋଲିଛନ୍ତି ।

ଏହି ପରିପ୍ରେକ୍ଷୀରେ ସୋନୁ ସୁଦ କହିଛନ୍ତି ଯେ, ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବା ହେଉଛି ଗରିବୀ ସହ ମୁକାବିଲା କରିବାର ଭଲ ଉପାୟ । ଏହି ପିଲାଙ୍କୁ ଶିକ୍ଷା ପ୍ରଦାନ କରିବା ହେଉଛି ଆମ ଉଦ୍ଦେଶ୍ୟ ଫଳରେ ସେମାନେ ଚାକିରି କରିବା ପାଇଁ ଅଧିକ ସୁଯୋଗ ପାଇବେ ।

ସୂଚନାଯୋଗ୍ୟ, ସମଗ୍ର ଦେଶରେ ଏବେ ସୋନୁ ପାଖାପାଖି ୧୦ ହଜାର ଛାତ୍ରଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି ।