ଏବେ ଅପରାଧ ରୋକିବ ଏଟିଭି ବାଇକ୍

ଗୋଆ,ଏଜେନ୍ସି: ବର୍ତ୍ତମାନ ସମୁଦ୍ର ବେଳାଭୂମିରେ ଅପରାଧ ଓ ଅପରାଧୀକୁ ରୋକିବା ପାଇଁ ଗୋଆ ସରକାର ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏ ନେଇ ଗୋଆ ପୁଲିସ ପକ୍ଷରୁ ଗୋଆର ବେଳାଭୂମିରେ ପୁଲିସ ପାଟ୍ରୋଲିଂକୁ ଅଧିକ ସକ୍ରିୟ କରିବା ସହ ଏଟିଭି ଗାଡିକୁ ନିୟୋଜିତ କରାଯାଇଛି। ଫଳରେ ପୁଲିସକୁ ଅପରାଧୀକୁ ବେଳାଭୂମିରେଧରିବାରେ ସହଜ ହେବ। ଏହା ଦ୍ବାରା ପୁଲିସ ବେଳାଭୂମିକୁ ତନ୍ନତନ୍ନ କରି ଯାଞ୍ଚ କରିବା ସହ ଅପରାଧକୁ ରୋକିବ।

ସୂଚନା ଅନୁସାରେ ଗୋଆକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ତେବେ ବିଭିନ୍ନ ସମୟରେ ସ୍ଥାନୀୟ ଅପରାଧୀମାନେ ଏହିପର୍ଯ୍ୟଟକଙ୍କୁ ହଇରାଣ କରିବା ସହ ଲୁଟପାଟ କରିଥାନ୍ତି। ଏହାକୁ ଲକ୍ଷ୍ୟକରି ରାଜ୍ୟ ସରକାରଙ୍କ ଗୋଆ ସିପୟାର୍ଡ଼ ଲିମିଟେଡପକ୍ଷରୁ ଏଟିଭି ବା ଅଲ ଟେରିୟାନ ଭେଇକିଲ ଯୋଗାଇ ଦିଆଯାଇଛି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଏଠାରେ ସୂଚନା ଥାଉ କି ବାଲିରେ ଅନ୍ୟ ଗାଡି ଅପେକ୍ଷା ଏଟିଭି ଗାଡ଼ିଗୁଡିକ ତୀବ୍ର ଗତିରେଯାଇପାରିଥାନ୍ତି