ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ

ସଇଁନ୍ତଳା, ଏନ୍ଏନ୍ଏସ୍: ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ବେଳେ ପ୍ରତିବାଦ କରିବାରୁ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ଭଳି ଏକ ନୃଶଂସ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ବଲାଙ୍ଗିର ସଦର ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଅତି ନୃଶଂସ ଭାବରେ ଆକ୍ରମଣ କରାଯାଇଛି। ସଂପୃକ୍ତ ଗ୍ରାମର ସୁରେଶ ବରିହା ଏବଂ ଶ୍ୟାମ ଚିନ୍ଦା ନାମକ ଦୁଇ ଜଣ ବ୍ୟକ୍ତିଶଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିବା ପାଇଁ ଟଣାଓଟରା କରୁଥିବା ସମୟରେ ସ୍ୱାମୀ ସେହି ସମୟରେ ପହଞ୍ଚିଥିଲେ। ସେ ପ୍ରତିବାଦ କରିବାରୁ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିବାରୁ ତାଙ୍କ ଡାହାଣ ହାତର ଆଙ୍ଗୁଳି କଟି ଯାଇଥିଲା। ଏହାପରେ ସେମାନେ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାରକରି ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଥିଲେ। ବଲାଙ୍ଗିର ସଦର ଥାନା ପୁଲିସ ସମ୍ପୃକ୍ତ ଦୁଇ ଦୁର୍ବୃତ୍ତଙ୍କୁ ଧରିଥିବା ବେଳେ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛି।