କରୋନା ଟିକା ବଦଳରେ କୁକୁର କାମୁଡା ଇଞ୍ଜେକସନ ଦେଇଦେଲେ ସ୍ୱାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ, ଏଜେନ୍ସି: ସ୍ୱାସ୍ଥ୍ୟ ସେବାର ଦୟନୀୟ ସ୍ଥିତି । କରୋନା ଟିକା ବଦଳରେ ୩ଜଣ ମହିଳାଙ୍କୁ ସ୍ୱାସ୍ଥ୍ୟକର୍ମୀ କୁକୁରକାମୁଡା ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରର ସାମଲୀ ଜିଲ୍ଲା କାନ୍ଧାଲା ସରକାରୀ ହସ୍ପିଟାଲରେ।

ସୂଚନା ଅନୁସାରେ, ସତ୍ୟବତୀ, ସରୋଜ ଏବଂ ଅନାରକଲୀ ନାମକ ୩ ଜଣ ମହିଳା କରୋନା ଟିକା ନେବାକୁ ଉକ୍ତ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବାପରେ ସ୍ୱାସ୍ଥ୍ୟ କର୍ମୀମାନେ ତାଙ୍କୁ ଇଞ୍ଜେକସ୍ନ ନେବାକୁ କହିଥିଲେ । ଏହାପରେ ୩ ଜଣ ମହିଳାଙ୍କୁ କୁକୁରମାନଙ୍କ ପାଇଁ ଉର୍ଦ୍ଧିଷ୍ଟ (anti-rabies injection) ଦେଇ ଦେଇଥିଲେ । ଗାଇଡଲାଇନ୍ ଅନୁଯାୟୀ ସେମାନେ ୩୦ ମିନିଟ୍ ଧରି ନୀରିକ୍ଷଣରେ ରହିଥିଲେ ଏବଂ ପରେ ଘରକୁ ଫେରିଥିଲେ । ତେବେ ଘରକୁ ଫେରିବାର କିଛି ଘଣ୍ଟା ପରେ ସରୋଜ ଦେବୀଙ୍କ ଦେହ ଖରାପ ହେବାସହ ବାନ୍ତି ହେବା ସହିତ ମୁଣ୍ଡ ବୁଲାଇଥିଲା । ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଥିଲେ । ପରୀକ୍ଷା ପରେ ସରୋଜ ଦେବୀଙ୍କୁ କୁକୁର କାମୁଡା ଇଞ୍ଜେକସନ୍ ଦିଆଯାଇଥିବା ଡାକ୍ତର କହିଥିଲେ। ସେହିପରି ଅନ୍ୟମାନଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ବିଗିଡ଼ିଯାଇଥିଲା । ପୀଡିତାଙ୍କ ପରିବାର ଲୋକେ ସାମଲୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସଞ୍ଜୟ ଅଗ୍ରୱାଲଙ୍କୁ ଅଭିଯୋଗ କରିଥିଲେ । ଏହା ସହିତ କାର୍ଯ୍ୟରେ ଗୁରୁତର ଅବହେଳା ପାଇଁ ସଂପୃକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।