ବାୟନାଡ଼ରେ ରାହୁଲଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ

କେରଳ: କେରଳର ବାୟନାଡ଼ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । ଏସଏଫଆଇର ପତାକା ଧରିଥିବା କିଛି ଗୁଣ୍ଡା ରାହୁଲଙ୍କ କାର୍ଯ୍ୟାଳୟର କାନ୍ଥ ଉପରେ ଚଢ଼ି ଭଙ୍ଗାରୁଜା କରିଥିବା ନେଇ ଭାରତୀୟ ଯୁବ କଂଗ୍ରେସ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି । ଏନେଇ ପୁଲିସ ମାମଲା ରୁଜୁ କରିବା ସହ ଯାଞ୍ଚ ମଧ୍ୟ ଆରମ୍ଭ କରିଦେଇଥିବା ଜଣାପଡ଼ିଛି ।

କଂଗ୍ରେସ ନେତା କେସୀ ବେଣୁଗୋପାଳ କହିଛନ୍ତି ଯେ, ପୁଲିସର ଉପସ୍ଥିତିରେ ଏମିତି ଘଟଣା ଘଟିଛି । ଏହା ସିପିଏମର ଚକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି । ଗତ ୫ ଦିନ ହେବ ଇଡି ରାହୁଲଙ୍କୁ ପଚରାଉଚୁରା କରୁଛି । କେରଳ ସିପିଏମ କ’ଣ ପାଇଁ ନରେନ୍ଦ୍ର ମୋଦୀଙ୍କ ପରି କଂଗ୍ରେସ ନେତାଙ୍କୁ ଆକ୍ରମଣ କରୁଛନ୍ତି ତାହା ମୁଁ ବୁଝିପାରିନି ।