ବରଗଡ଼, ଏନ୍ଏନ୍ଏସ୍: ବରଗଡ଼ ସଦର ଥାନା ବେହେରା ମାର୍କେଟରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲୁଟର ଶୀକାର ହୋଇଥିବା ବ୍ୟକ୍ତି ବରପାଲି ନିବାସୀ ସୁବ୍ରତ କୁମାର ଚାନ୍ଦ ବୋଲି ଜଣାପଡ଼ିଛି। ସେ ବର୍ତ୍ତମାନ ବରଗଡ଼ର ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ସୁବ୍ରତ ମାର୍କେଟ ପଛପଟ ରାସ୍ତା ଦେଇ ବାଇକରେ ଯାଉଥିବା ବେଳେ ତିନିଜଣ ତାଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ କରି ମୋବାଇଲ ଏବଂ ଟଙ୍କା ଲୁଟି ନେଇଛନ୍ତି।