ଏଟିଏମ୍ ଅଚଳ, ଲୋକେ ହନ୍ତସନ୍ତ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ଗତ ୭ ଦିନ ଧରି ଅଚଳ ହୋଇ ପଡି ରହିଛି ମାଲକାନଗିରି ଜିଲ୍ଲା ବାଲିମେଳା ସଦରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଗକୁ ନୂଆବର୍ଷ ଆସୁଥିବାବେଳେ ଲୋକଙ୍କୁ ଟଙ୍କାର ଆବଶ୍ୟକତା ରହିଛି। ତେବେ ଏହିଭଳି ସମୟରେ ଗ୍ରାହକମାନେ ଟଙ୍କା ଉଠାଇବାକୁ ଆସି ହନ୍ତସନ୍ତ ହେଉଛନ୍ତି। ବାଲିମେଳା ତଥା ଏହାର ଆଖପାଖ ଅଞ୍ଚଳର ବହୁ ଲୋକେ ଏହି ଷ୍ଟେଟ ବ୍ୟାଙ୍କର ଗ୍ରାହକ ହୋଇଥିବା ହେତୁ ଏହି ଏଟିଏମ୍ ଉପରେ ଭରସା କରି ଆସିଥାନ୍ତି। ବର୍ତ୍ତମାନ ଏହି ଏଟିଏମ୍ ଅଚଳ ହୋଇଯାଇଥିବା ହେତୁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି।