ଗଁଦିଆ ଏସବିଆଇ ଏଟିଏମ୍‌ ଭାଙ୍ଗି ଲୁଟ ଘଟଣାର ପର୍ଦାଫାସ୍‌: ୩ ଅଭିଯୁକ୍ତ ଗିରଫ, ୪ ଫେରାର

ଢେଙ୍କାନାଳ,ଏନ୍ଏନ୍ଏସ୍: ଗତ ଅକ୍ଟୋବର ୩ ତାରିଖ ମଧ୍ୟରାତିରେ ଗଁଦିଆ ଥାନା ଅନ୍ତର୍ଗତ ବରପଦା ଶ୍ରୀରାମଚନ୍ଦ୍ରପୁର ନିକଟରେ ଥିବା ଏସବିଆଇ ଏଟିଏମ୍‌ ଲୁଟ ଘଟଣାର ପର୍ଦାଫାସ୍‌ ହୋଇଛି। ଏଥିରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୪ ଅଭିଯୁକ୍ତ ଫେରାର ଅଛନ୍ତି। ସେଦିନ ରାତିରେ ଏଟିଏମ୍‌ ମେସିନ ଭାଙ୍ଗି ଦୁର୍ବୃତ୍ତମାନେ ୨୨ ଲକ୍ଷ ୧୭ ହଜାର ୯ ଶହ ଟଙ୍କା ଲୁଟି ନେଇଥିଲେ।

ମାତ୍ର ଧରାପଡ଼ିଥିବା ଅଭିଯୁକ୍ତ ମାନଙ୍କ ଠାରୁ ୨ ଲକ୍ଷ ୫୬ ହଜ଼ାର ଟଙ୍କା ଉଦ୍ଧାର ହୋଇଛି। ଏଥିସହିତ ସେମାନଙ୍କ ନିକଟରୁ ଲୁଟରେ ବ୍ୟବହାର ହୋଇଥିବା ଲୁହା ଛେଣି, ସିସିଟିଭିର ଡିଭିଆର ବକ୍ସ, ଗୋଟିଏ ମାରୁତି ଅଲ୍ଟୋ କାର୍‌ ଓ ବାଇକ ଜବତ ହୋଇଛି। ଧରାପଡ଼ିଥିବା ୩ ଅଭିଯୁକ୍ତ ହେଲେ ଢେଙ୍କାନାଳ ସଦର ଥାନା କଙ୍କଡ଼ାହାଡ଼ ଗାଁ’ର ଜିତେନ୍ଦ୍ର ନାୟକ, ଭଦ୍ରକର ଜିଲ୍ଲାର ନିର ପାଣି, ଖୋର୍ଦ୍ଧାର ରାକେଶ ଦାସ। ଆଉ ୪ ଅଭିଯୁକ୍ତ ଏବେ ବି ଫେରାର ରହିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଲଗାନୟାଗୀ ଦିବ୍ୟା ଭି. ସୂଚନା ଦେଇଛନ୍ତି।