ୱାରେଣ୍ଟିକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୁଲିସ

ଭବାନୀପାଟଣା,ଏନ୍ଏନ୍ଏସ୍: ୱାରେଣ୍ଟିକୁ ଧରିବାକୁ ଯାଇଥିବା ବେଳେ ପୁଲିସ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଅଭିଯୁକ୍ତର ପତ୍ନୀ ପୁଲିସ ଉପରେ କିରାସିନି ଢାଳିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ। ଏଥିସହ ପୁଲିସ ଗାଡିରେ ମଧ୍ୟ କିରୋସିନି ଢାଳି ଦେଇଥିବା ଅଭିଯୋଗ ହୋଇଛି। କୋକସରା ଥାନା କୋକସରା ବଡପଡା

ଗଙ୍ଗାରାମ ଖମାରିଙ୍କ ନାମରେ ତାଙ୍କର ପତ୍ନୀ ଫୁଲତୋଳା ଖମାରି କିଛି ମାସ ପୂର୍ବେ ନିର୍ଯାତନା ଦେଉଥିବା ନେଇ ମାମଲା ଦେଇଥିଲେ, ସେହି ମାମଲାରେ ଗଙ୍ଗାରାମ ଖମାରି ଥାନାରେ ହାଜିର ନହେବାରୁ ୱାରେଣ୍ଟ ବାହାରି ଥିଲା। ଅଭିଯୁକ୍ତ ପୁଲିସକୁ ଧରା ଦେଉନଥିଲେ। ତେବେ ଅଭିଯୁକ୍ତ ଘରେ ଥିବା ଖବରପାଇ ପୁଲିସ ତାକୁ ଧରିବାକୁ ଯାଇଥିବା ବେଳେ ନିଜେ ପତ୍ନୀହିିଁ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଏ ନେଇ ପୁଲିସ ଏ ସଂକ୍ରାନ୍ତରେ ସମ୍ପୃକ୍ତ ମହିଳା, ତାଙ୍କ ସ୍ଵାମୀ ଓ ମହିଳାଙ୍କ ଭାଇକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି।